ଭଦ୍ରକ ଜିଲ୍ଲାରେ SIR-୨୦୨୬ ପ୍ରକ୍ରିୟାରେ ଅଗ୍ରଗତି

ଭଦ୍ରକ : ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାରେ ନୋଟିସ୍ ପ୍ରଦାନ, ଶୁଣାଣି ଓ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ୪୩-ଭଣ୍ଡାରିପୋଖରୀ, ୪୪-ଭଦ୍ରକ, ୪୫-ବାସୁଦେବପୁର, ୪୬-ଧାମନଗର ଓ ୪୭-ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମୋଟ ୨,୦୫,୪୬୮ଟି ନୋଟିସ୍ ଜେନେରେଟ୍ ହୋଇଛି। ଏଥିରୁ ୨,୦୫,୪୬୫ଟି ନୋଟିସ୍ ପ୍ରଦାନ କରାଯାଇଛି। ମାତ୍ର ୩ଟି ନୋଟିସ୍ ପ୍ରଦାନ ବାକି ରହିଛି। ଏପର୍ଯ୍ୟନ୍ତ ୨,୦୪,୮୨୯ଟି ମାମଲାର ଶୁଣାଣି ସମାପ୍ତ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସ୍ତରରେ ୧୭୮ଟି ମାମଲା ପେଣ୍ଡିଂ ରହିଛି। ଯାଞ୍ଚ ପ୍ରକ୍ରିୟାରେ ୧,୧୪,୦୨୭ଟି ମାମଲା ଭେରିଫାଏଡ୍ ହୋଇଛି ଏବଂ ୯୦୪ଟି ମାମଲାର ଯାଞ୍ଚ ବାକି ରହିଛି। ଏଥିସହ ୩,୪୯୯ଟି ମାମଲା ଅନ୍ତିମ ପ୍ରକାଶନ ପାଇଁ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛି। ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସ୍ତରରେ ଅନ୍ତିମ ପ୍ରକାଶନ ପାଇଁ ୧୨,୧୧,୭୨୪ଟି ମାମଲା ପାର୍କ କରାଯାଇଛି। SIR-୨୦୨୬ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପାଦନ କରିବା ସହ ନିର୍ଦ୍ଧାରିତ ସମୟସୀମାରେ କାର୍ଯ୍ୟ ସମାପ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ତଦାରଖ କରାଯାଉଛି।

Share the News .....

Leave a Reply

Your email address will not be published. Required fields are marked *