ଶକ୍ତି ଶ୍ରୀ ତରଫରୁ ନାରୀସୁରକ୍ଷା ଅଧିକାର ଓ ଆତ୍ମନିଯୁକ୍ତି ଶୀର୍ଷକ ଆଲୋଚନା

ମାଲକାନଗିରି : ଶୁକ୍ରବାର ଡାରୱିଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ତରଫରୁ ସାଂପ୍ରତିକ ସମାଜରେ ନାରୀମାନଙ୍କ ଅନେକ ସମସ୍ୟାକୁ ଦୂରୀଭୂତ କରିବାକୁ ନାରୀସୁରକ୍ଷା ଅଧିକାର ଆତ୍ମନିଯୁକ୍ତି ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମ କରାଯାଇଛି ।ନାରୀମାନେ ନିଜକୁ ସୁରକ୍ଷିତ ରଖି ଅନ୍ୟମାନଙ୍କୁ ସୁରକ୍ଷା ଦେବାପାଇଁ ଅନେକ ନିୟମ ରହିଛି । ଏହି ପରିପ୍ରେଖିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶକ୍ତି ଶ୍ରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପରିବର୍ତ୍ତନ୍ ଏନ ଜିଓ ର ଜିଲ୍ଲା ମହିଳା କମିଟିର ସଦସ୍ୟା ବାସନ୍ତୀ ପରିଡ଼ା ସମାଜରେ ନାରୀ ନିର୍ଯାତନା ମାନସିକ ଯନ୍ତ୍ରଣା, ସାଇବର କ୍ରାଇମ ଭଳି ବିଭିନ୍ନ ସମସ୍ୟା ଓ ସେ ସବୁର ସମସ୍ୟାରୁ ନିଜକୁ କିଭଳି ସୁରକ୍ଷିତ ରଖି ପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ନାରୀ ସଶକ୍ତିକରଣ ନାରୀ ସୁରକ୍ଷା ଓ ନାରୀମାନଙ୍କ ଭୂମିକା ସମ୍ପର୍କ ରେ ସରତାଜ୍ ବନୋ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ।
ଶେଷରେ ଅଧ୍ୟାପିକା ଶକ୍ତିଶ୍ରୀ ସଂଯୋଜିକା ସଞ୍ଜିତା ଖୋସଲା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା କର୍ମଚରୀ ଉପସ୍ଥିତ ରହି ଥିଲେ ।
