ପୁରୀ ରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ପୁରୀ : ରେଡକ୍ରସ ବିଶ୍ୱ ର ସର୍ବ ବୃହତ ମାନବ ସେବାକାରୀ ଅନୁଷ୍ଠାନ।ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ ବା ଅନ୍ୟ ଯେ କୌଣସି ବିପର୍ଯ୍ୟୟ ର ସମ୍ମୁଖୀନ ମଣିଷ ମାନଙ୍କୁ ସହାୟତା ପାଇଁ ରେଡକ୍ରସ ସର୍ବ ପ୍ରଥମେ ପହଞ୍ଚି ଥାଏ।ତେଣୁ ଆଜିର ଯୁବ ପିଢି ସେବା ମୂଳକ କାର୍ଯ୍ୟ ରେ ବ୍ରତୀ ହେବାକୁ ଆହ୍ଵାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଶୁକ୍ରବାର ଅପରାହ୍ନ ରେ ବିଶ୍ୱ ରେଡ଼କ୍ରସ ଦିବସ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବେହେରାପୁରୀ ଜିଲ୍ଲା ରେଡକ୍ରସ ଶାଖା ମାନବସେବା କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ଓ ଏହି ସେବା କୁ ଆହୁରି ପରିବ୍ୟାପ୍ତ କରିବାକୁ ଆହ୍ୱାନ ଦେଇଥିଲେ। ସେବା ଏକ ଐଶ୍ୱରୀୟ ଗୁଣ।ଏହା କୁ ପ୍ରଦାନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମହାନ ଅଟନ୍ତି।ସମାଜରେ ବିଭିନ୍ନ ସେବାରେ ବ୍ରତୀ ସ୍ବେଚ୍ଛାସେବୀ ମାନେ ସେମାନଙ୍କ ସେବାକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ରେଡକ୍ରସ ପୁରୀ ଜିଲ୍ଲା ଶାଖାର ସମ୍ପାଦକ ତଥା ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡା ବିପିନ ବିହାରୀ ଖୁଣ୍ଟିଆ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ରେଡକ୍ରସ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରମୁଖ ଯୋଗ ଦେଇ ରେଡକ୍ରସ ସଂସ୍ଥା, ପ୍ରତିଷ୍ଠାତା ହେନେରୁ ଡୁନାଣ୍ଟ ଓ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ଅବସରରେ ରେଡକ୍ରସ ପାଣ୍ଠି ସଂଗ୍ରହ ରେ ଅବଦାନ ରଖିଥିବା ପୁରୀ ଓ ସତ୍ୟବାଦୀ ତହସିଲଦାର ଓ ଡେପୁଟି କଲେକ୍ଟର ଜୁଡିସିଆଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସଦସ୍ୟ ଶ୍ୟାମ ପ୍ରକାଶ ସେନାପତି ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସକାଳ ୭ ଘଟିକା ସମୟରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରେଡକ୍ରସ ପତାକା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଉତ୍ତୋଳନ କରିବା ସହ ରେଡକ୍ରସ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପରେ ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅକ୍ଷୟ ଶତପଥୀ ଉପସ୍ଥିତିରେ ସମସ୍ତ ଅତିଥିଙ୍କ ଦ୍ୱ୍ୱରା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ରେଡକ୍ରସ ସଦସ୍ୟ ମାନେ ଯୋଗ ଦେଇଥିଲେ।ସମସ୍ତ କାର୍ଯ୍ୟ ରେ ରେଡକ୍ରସ କର୍ମଚାରୀ ଆଦିତ୍ୟ କୁମାର ବରାଳ, ବିଶ୍ୱଭୂଷଣ ଦାଶ, ଆଜୀବନ ସଦସ୍ୟ, ଜୁନିୟର ରେଡକ୍ରସ ସଦସ୍ୟ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ ପରିଚାଳନା କରିଥିଲେ।।

Share the News .....

Leave a Reply

Your email address will not be published. Required fields are marked *