ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ

ପୁରୀ : ରାଜ୍ୟ ସରକାରଙ୍କ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ଆୟୋଜନରେ ସ୍ଥାନୀୟ ଭକ୍ତ ସାଲବେଗ ସ୍ମୃତି ପୀଠ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ହୋଇଯାଇଛି | ଶିକ୍ଷାନୁଷ୍ଠାନର ଉନ୍ନତି , ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁ ସମନ୍ୱୟ ଏବଂ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସହଯୋଗ ଓ ଭାଇଚାରା ସୃଷ୍ଟି ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା | ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସବିତା ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଆଲୁମିନି ବୁଦ୍ଧଦେବ ମହାପାତ୍ର, ବିପିନ ବିହାରୀ ଦଳାଇ, ଶ୍ୟାମ ପ୍ରକାଶ ସେନାପତି ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଜାତା ପ୍ରଧାନ ପ୍ରମୁଖ ଅତିଥି ରୂପେ ଯୋଗଦେଇ ମତ ରଖିଥିଲେ | ସରକାର ଙ୍କ ଏତାଦୃଶ ଯୋଜନା ଏକ ଅଭିନଵ ଯୋଜନା, ଯଦ୍ୱାରା ଗୋଟିଏ ବିଦ୍ୟାଳୟର ସାମଗ୍ରିକ ‘ଶ୍ରୀ’ ବୃଦ୍ଧି ସାଧିତ ହୋଇପାରିବ | ପ୍ରସିଦ୍ଧ ସନ୍ଥ ପଞ୍ଚସଖା ଙ୍କ ଜ୍ଞାନ, ନୀତି, ସଂସ୍କୃତି ଓ ଆଦର୍ଶ କୁ ଆଧାର କରି ଏହି ଯୋଜନା ହିଁ ଶିକ୍ଷାକୁ ଅଧିକ ସାରଗର୍ଭକ ଓ ଆକର୍ଷଣୀୟ କରିବ ବୋଲି ଅତିଥି ମାନେ କହିଥିଲେ | ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ସ୍ୱାଗତ କରିଥିବାବେଳେ ଆଲୁମିନି ପ୍ରମିଳା ସିଂ ଧନ୍ୟବାଦ ଅର୍ପଣ କରିଥିଲେ |ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଆଲୁମିନି, ବର୍ତ୍ତମାନର ଛାତ୍ରଛାତ୍ରୀ ଓ ଅଭିଭାବକ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ |
