ଦୁର୍ନିତିର ଗନ୍ତାଘର କୃଷ୍ଣ ପ୍ରସାଦ ବ୍ଲକ

କୃଷ୍ଣପ୍ରସାଦ : କୃଷ୍ଣପ୍ରସାଦ ବ୍ଲକରେ ଅନ୍ତଃଦ୍ଵୟ ଗୃହ ଯୋଜନାରେ ପ୍ରାୟ ୩୭୬ ଟି ଗୃହ ସରକାରଙ୍କ ନିୟମକୁ ଉଲ୍ଲଗ୍ନ କରି ପଞ୍ଚାୟତର ଗ୍ରାମସଭାରେ ଅନୁମୋଦନ ହୋଇଥିବା ଚିଠାକୁ ବାଦ ଦେଇ ଦଳୀୟ ସ୍ଵାର୍ଥରେ କିଛି ମୁଷ୍ଟିମେୟ ବିବାଦୀୟ ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆନଯାଇ ଯେଉଁ ମାନଙ୍କ ର ଦୁଇ ମହଲା କୋଠା ସେହି ମାନଙ୍କୁ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଅଛି ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ। କୃଷ୍ଣପ୍ରସାଦ ବ୍ଲକ ରେ ସରକାରୀ ଯୋଜନା ବାଟବଣା ନେଇ ଅଞ୍ଚଳବାସୀଙ୍କ ମନରେ ଜନ ଅସନ୍ତୋଷ ଦେଖାଦେଇଛି। ତାଲିକାରେ ଉଲ୍ଲେଖ ଥିବା ଅନେକ ହିତାଧିକାରୀ ଅଞ୍ଚଳର ମୃଷ୍ଟିମେୟ ରାଜନେତା ଓ ପଞ୍ଚାୟତ, ବ୍ଲକ୍ ର ନିଯୁକ୍ତି ପ୍ରାପ୍ତ ସରକାରୀ କର୍ମଚାରୀ ଙ୍କୁ ୨୦ ରୁ ୩୦ ହଜାର ଟଙ୍କା ଲାଞ୍ଚ ଦେଇ ସରକାରଙ୍କ ଅନ୍ତଃଦ୍ଵୟ ଗୃହ ଯୋଜନାରେ ବାସଗୃହ ପାଉଥିବାରୁ ସରକାରୀ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା ଓ ଭୂମିକା କୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ପଞ୍ଚାୟତ, ବ୍ଲକ ର ସରକାରୀ କର୍ମଚାରୀ ଙ୍କୁ ପଚାରିବାରେ ସେମାନେ ପଠାଇଥିବା ତାଲିକାକୁ ସରକାରୀ ଦଳର ରାଜନେତା ମାନେ ବିଚାର ବିମର୍ଶ କରି ଭୁଲ୍ ତାଲିକା ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି ଏବଂ ପଞ୍ଚାୟତ କର୍ମଚାରୀଙ୍କ ଅନିଚ୍ଛା ସତ୍ୱେ ଜିଓ ଟ୍ୟାଗ କରିବାକୁ ବିଡିଓ ଶ୍ରୀ ଅମିୟ କୁମାର ପଣ୍ଡା ବାଧ୍ୟ କରୁଛନ୍ତି। ପ୍ରକାଶ ଥାଉ କି ବିଡ଼ିଓ ମହାଶୟ ଏ ସବୁ ଅନିୟମିତତା କୁ କାର୍ଯ୍ୟକାରୀ କରିବାରେ ମୁଖ୍ୟ ସୂତ୍ରଧର।୨. କୃଷ୍ଣପ୍ରସାଦ ବ୍ଲକ ସମସ୍ତ ୩୯ ଗୋଟି ବ୍ୟାତା ଆଶ୍ରୟସ୍ଥଳୀ ର ମରାମତି ନିମନ୍ତେ ଅନୁମୋଦିନ ହୋଇଥିବା ମୋଟ ଟ. ୨,୨୭,୪୦,୦୦୦ ଙ୍କା ( ଦୁଇ କୋଟି ସତେଇସ ଲକ୍ଷ ଚାଳିଶ ହଜାର ଟଙ୍କା ) କୁ ବିଡ଼ିଓ ଶ୍ରୀ ଅମିୟ କୁମାର ପଣ୍ଡା ବିଦ୍ୟୁତ କାମ ପାଇଁ ଟ. ୨,୦୦, ୦୦୦ ଙ୍କା ମରାମତି ରଙ୍ଗ ପାଇଁ ଟ. ୪,୦୦,୦୦୦ ଙ୍କା ଗୋଟେ କାର୍ଯ୍ୟାଦେଶ କୁ ଦୁଇ ଭାଗରେ ବିଭକ୍ତ କରି ବ୍ୟାପକ ଦୁର୍ନୀତି ହୋଇଥିବା ନଜର ଆସିଛି। ପ୍ରକାଶ ଥାଉକି ପୁରୀ ଜିଲ୍ଲାରେ କୈଣସି ବ୍ଲକ ରେ ଗୋଟି ଯୋଜନାକୁ ଦୁଇ ଭାଗରେ ବିଭକ୍ତ କରାଯାଇନଥିବା ସ୍ଥଳେ କିପରି ଭାବରେ କୃଷ୍ଣ ପ୍ରସାଦ ବ୍ଲକ୍ ରେ ଉକ୍ତ ଯୋଜନା ଟଙ୍କା କୁ ହରିଲୁଟ୍ କରିବାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ବେଆଇନ ଭାବରେ କାର୍ଯ୍ୟାଦେଶ ଦିଆଯାଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ଏବଂ ସମ୍ପୂର୍ଣ୍ଣ ଭାବେ ବାତ୍ୟା ଆଶ୍ରୟସ୍ଥଳୀରୁ ଲକ୍ଷ ଲକ୍ଷ ଟଙ୍କା ତୁଷାର ପାତ କରାଯାଇଛି। ଏ ବିଷୟରେ ବାରମ୍ବାର ଅଭିଯୋଗ ହେଲେ ବିଡ଼ିଓ ମହୋଦୟ କର୍ଣ୍ଣପାତ କରୁନାହାନ୍ତି।୩. କୃଷ୍ଣପ୍ରସାଦ ବ୍ଲକରେ ୭୦ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ରେ ଲଗାଯାଇଥିବା water purifier ଗୋଟିକର ମୂଲ୍ୟ ଟ. ୫,୫୦୦ ଙ୍କା ( ପାଞ୍ଚ ହଜାର ପାଞ୍ଚସହ ଟଙ୍କା) କୋଟେସନ ଥିବା ବେଳେ ବେଆଇନ ଭାବରେ ଟ. ୧୭,୦୦୦ ଙ୍କା ( ସତର ହଜାର ଟଙ୍କା) କରାଯାଇଛି। ଯାହା ଫଳରେ କୁନି କୁନି ପିଲାମାନେ ବିଶୁଦ୍ଧ ପାନୀୟ ଜଳ ପିଇବାର ବଞ୍ଚିତ ହେଉଛନ୍ତି, କୃଷ୍ଣ ପ୍ରସାଦ ବ୍ଲକ୍ ବିଡିଓ ଶ୍ରୀ ଅମିୟ କୁମାର ପଣ୍ଡା ବିଦ୍ୟୁତ ବିଭାଗ ଯଥା ଇଞ୍ଜିନିୟରିଂ ବିଭାଗ କୃଷ୍ଣ ପ୍ରସାଦ ବ୍ଲକ୍ ପ୍ରଶାସନ ବ୍ୟାପକ ଭାବରେ ଲକ୍ଷ ଲକ୍ଷ ଟଙ୍କା ତୁଷାରପାତ କରିଛନ୍ତି। ଚିଲିକା ଦ୍ଵିପାଅଞ୍ଚଳ ବୃହତ୍ତର ସ୍ୱାର୍ଥ ପାଇଁ ସରକାର ଯୋଜନା କୁ ହଡ଼ପକରି ଲକ୍ଷ ଲକ୍ଷ ଟଙ୍କା ତୁଷାରପାତ କରୁଥିବା ବିଡ଼ିଓ ଶ୍ରୀ ଅମିୟ କୁମାର ପଣ୍ଡା ଏବଂ ଇଞ୍ଜିନିୟର ବିଭାଗର ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିର୍ଦିଷ୍ଟ ସମୟ ସୀମା ( ସାତ ଦିନ ମଧ୍ୟରେ) ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ଏବଂ ଆଇନ ଗତ ଆଶ୍ରୟ ନେବୁ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା, ପୁରୀ ଜିଲ୍ଲା ପରିଷଦଙ୍କ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ଵାଇଁ, କୃଷ୍ଣ ପ୍ରସାଦ ବ୍ଲକ୍ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସନ୍ଦିପ କୁମାର ଜେନା, କୃଷ୍ଣ ପ୍ରସାଦ ବ୍ଲକ୍ ବିଜୁ ଜନତା ଦଳ ସଭାପତି ପଦ୍ମ ଚରଣ ଜେନା, ରାମଲେଙ୍କା ପଞ୍ଚାୟତ ସରପଞ୍ଚ ସବିତା ବିଶ୍ୱାଳ, ମାଲୁଦ ସମିତି ସଭ୍ୟା ମଧୁସ୍ମିତା ପଲେଇ, ବୁଦ୍ଧିବର ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ, ବଡ଼ଅଁଳ ପଞ୍ଚାୟତ ସମିତି ସଭ୍ୟା କାଜଲ ଦଳେଇ, ତିତିପ ସରପଞ୍ଚ ଗୀତା ପାହାଣ ବ୍ରହ୍ମପୁର ସରପଞ୍ଚ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
