ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର : 1985ମସିହାରୁ, ଆରମ୍ଭକରି, ତିନିଥର ଭାରତୀୟ ଜନତା ପାର୍ଟି, ଓଡିଶାର, ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ, ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି. ଭୁବନେଶ୍ୱରସ୍ଥିତ ଓ ୟୁ ଏ ଟୀ ପରିସରରେ ଆୟୋଜିତ ଏହି ସଭାରେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଯୋଗ ଦେଇ, ସ୍ବର୍ଗତ ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ. ଏହି ସଭାରେ, ନବନିର୍ବାଚିତ ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ, ସୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ସମୀର ମହାନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ, ଏବଂ ସ୍ବର୍ଗତ ପ୍ରଧାନ ଙ୍କ ପୁତ୍ର ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି, ଶ୍ରୀ ପ୍ରଧାନଙ୍କ, ସମାଜ ପ୍ରତିଥିବା ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ. ଏହି କାର୍ଯ୍ୟକ୍ରମରେ, ଶ୍ରୀକ୍ଷେତ୍ରଧାମର ସେବାୟତ, ଅନେକ ସାଧୁସନ୍ଥ, ଦୁଇ ଉପ-ମୁଖ୍ୟମନ୍ତ୍ରୀ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ. ଏହି ଅବସରରେ, ନିଜ ଜୀବନୀ ସହିତ, ବିଜେପି ଏବଂ ଆର.ଏସ.ଏସ ସମୟରେ, ହୋଇଥିବା କିଛି ଅଭୁଲା ସ୍ମୃତିକୁ ନେଇ, ” ଡାକ୍ତର ବାବୁ ” ନାମକ ପୁସ୍ତକକୁ ଲୋକାର୍ପଣ” କରାଯାଇଥିଲା. ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ, ଶ୍ରୀ ମୃତ୍ୟୁଞ୍ଜୟ ରଥ.

Share the News .....

Leave a Reply

Your email address will not be published. Required fields are marked *