ଗୀତିକାର ଡକ୍ଟର ବଦ୍ରି ମିଶ୍ରଙ୍କୁ ଏକାମ୍ରଶ୍ରୀ ସମ୍ମାନ

ପୁରୀ : ଠାକୁରଙ୍କ ଭଜନ -ଜଣାଣ ମାଧ୍ୟମରେ ଓଡ଼ିଶାରେ ଆଧ୍ୟାତ୍ମିକ ଜନଜାଗରଣ ପାଇଁ ରାଜ୍ୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଗୀତିକାର ଡକ୍ଟର ବଦ୍ରି ମିଶ୍ରଙ୍କୁ ଏକାମ୍ର ସାଂସ୍କୃତିକ ମହୋତ୍ସବ ରେ ଏକାମ୍ରଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ମହାଶିବରାତ୍ରି ଉପଲକ୍ଷେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୀତିକାର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତବର୍ଷର ବିଶିଷ୍ଟ କଣ୍ଠଶିଳ୍ପୀ ନିତିନ ମୁକେଶ, ସଭାପତି ସୁରେଶ ରାଉତରାୟ, ଉପସଭାପତି ବାଵୁ ସିଂ ଓ ସମୀର ମହାନ୍ତି, ମେୟର ସୁଲୋଚନା ଦାସ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ଓ ପ୍ରତାପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆକାଶବାଣୀ, ଦୂରଦର୍ଶନ ସମେତ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ଏଯାବତ୍ ଡକ୍ଟର ମିଶ୍ରଙ୍କ ୮୩୪ଟି ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଭଜନ ପ୍ରସାରିତ ହୋଇଛି। ଡକ୍ଟର ମିଶ୍ର ଏକାଧାରରେ ଜଣେ ଗାଳ୍ପିକ, କବି, ନାଟ୍ୟକାର, ଅଭିନେତା, କଣ୍ଠଶିଳ୍ପୀ ଓ ଚଳଚ୍ଚିତ୍ର କାହାଣୀକାର ଅଟନ୍ତି।

Share the News .....

Leave a Reply

Your email address will not be published. Required fields are marked *