ଦ୍ୱି ଦିବସୀୟ ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀ ଉଦଘାଟିତ

ପୁରୀ : ଧୃବଜ୍ୟୋତି ଗବେଷଣା ପ୍ରତିଷ୍ଠାନ ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସର ଜ୍ୟୋତିଷ ବିଭାଗର ମିଳିତ ତତ୍ତ୍ଵାବଧାନରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ରୋଗ ବିଚାର’ ଶୀର୍ଷକ ଦ୍ୱି ଦିବସୀୟ ଆନ୍ତର୍ଜାତୀୟ ଜ୍ୟୋତିଷ ସମ୍ମିଳନୀ ସଦାଶିବ ପରିସରରେ ଅନୁଷ୍ଠିତ ହୋଇଯାଇଛି I ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ,ନୂଆଦିଲ୍ଲୀ ବାସ୍ତୁ ବିଭାଗର ଅଧ୍ୟକ୍ଷ ତଥା ଉତ୍ତରାଖଣ୍ଡ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଦେବୀପ୍ରସାଦ ତ୍ରିପାଠୀ , ପୁରୀ ଜିଲ୍ଲା ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରାଇ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ l ଆୟୁର୍ବେଦ, ହୋମିଓପାଥି ଓ ଏଲୋପାଥି ଚିକିତ୍ସା ବିଜ୍ଞାନରେ ରୋଗ ନିରୂପଣ ଏବଂ ରୋଗର ନିଦାନ ଅଛି ,ସେହିପରି ଜ୍ୟୋତିଷ ଶାସ୍ତ୍ରରେ ରୋଗର ନିରୂପଣ, ନିଦାନ ଓ ନିରାକରଣ ରହିଅଛି I ଏସବୁ ଭାରତୀୟ ଜ୍ଞାନ ପରମ୍ପରା ଉପରେ ପର୍ଯ୍ୟବେସିତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ I ପ୍ରାରମ୍ଭରେ ଡକ୍ଟର ଚକ୍ରଧର କର ବେଦପାଠ କରିବା ପରେ ରାଷ୍ଟ୍ରୀୟ ଗାନ ‘ବନ୍ଦେ ମାତରମ୍’ ପରିବେଷଣ କରାଯାଇଥିଲା I ଜ୍ୟୋତିଷ ବିଭାଗ ର ଅଧ୍ୟକ୍ଷ ପ୍ରଫେସର ବିଶ୍ୱରଞ୍ଜନ ପତି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାନର ସଚିବ ଡକ୍ଟର ସସ୍ମିତା ମିଶ୍ର କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ ଡକ୍ଟର ଦୀପ୍ତି ରଞ୍ଜନ ପଣ୍ଡା ଙ୍କ ‘ଜ୍ୟୋତିଷାମୃତ’ ପୁସ୍ତକ ଲୋକାର୍ପିତ ହୋଇଥିଲା I ଏଥି ସହିତ ଜ୍ୟୋତିର୍ବିଜ୍ଞାନୀ ଇଂ ଜଗଦୀଶ ମିଶ୍ର, ପ୍ରିୟଦର୍ଶିନୀ ବେହେରା,ମୋନାଲିସା ତ୍ରିପାଠୀ, ଅନିନ୍ଦିତା ଦାଶ, କାନ୍ତା ସିଂ, ଇନ୍ଦ୍ରାଣୀ ସରକାର ଓ ବିଷ୍ନୁ ପ୍ରସାଦ ଗୁରୁ ପ୍ରମୁଖ ଙ୍କୁ ସ୍ମୃତି ଫଳକ ପ୍ରଦାନପୂର୍ବକ ସମ୍ମାନୀତ କରାଯାଇଥିଲା I ଜ୍ୟୋତିଷ ବିଭାଗ ର ସହକାରୀ ପ୍ର. ଡକ୍ଟର ବିଜୟଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଇଂ ଶ୍ରୀନିବାସ ଘଟୁଆରୀ ଓଡ଼ିଶୀ ନୃତ୍ୟ ଅଭିନୟରେ ‘ଶକୁନି’ ପରିବେଷଣ କରିଥିଲେ I କାର୍ଯ୍ୟକ୍ରମ କୁ ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ଏବଂ ସୁଦଶା ପଣ୍ଡା ସଞ୍ଚାଳନ କରିଥିଲେ I ଦ୍ଵିତୀୟ ଅଧିବେଶନରେ ମାତାଜୀ ଚେତନା ପାଣ୍ଡେ , ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର, ସାମନ୍ତ ମାଧବ ପୂଜାପଣ୍ଡା ଏବଂ ଡକ୍ଟର ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I ଡକ୍ଟର ଅର୍ଚ୍ଚନା ମିଶ୍ର , ହରପ୍ରଭା ସାହୁ,ସୀତାକାନ୍ତ କର,ପଲ୍ଲବୀ ବରାଳ, ଡାକ୍ତର ଶାଲିନୀ ମିଶ୍ର, ଡକ୍ଟର ଦେବୀଦତ୍ତ ବେହେରା, ରେଣୁ ରଥ ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ I ସୁଦୂର ଆମେରିକା, ଜର୍ମାନ, ବାଂଲାଦେଶ,ଶ୍ରୀଲଙ୍କା ସମେତ ଓଡ଼ିଶା , ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ,ତ୍ରିପୁରା,ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ନୂଆଦିଲ୍ଲୀ, ହରିଆନା ଆଦି ସ୍ଥାନରୁ ଶତାଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଛନ୍ତି I ଶନିବାର ଦିନ ଏହି କାର୍ଯ୍ୟକ୍ରମ ଉଦଯାପିତ ହେବ I
