ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ପୁରୀ : ପୁରୀ ଜିଲ୍ଲା ,ସଦରବ୍ଲକ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କହ୍ନେଇ ବିଦ୍ୟାଧର ପୁର ପଞ୍ଚାୟତ ଭୋଇ ସାହିରେ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ପୁରାତନ ଛାତ୍ର ତଥା ତଥା ରାଜନେତା ଗୌଡ଼କେରା ପଞ୍ଚାୟତର ସରପଞ୍ଚ ଶ୍ରୀମାନ ରମେଶ କୁମାର ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ଟ୍ରଷ୍ଟର ସମ୍ପାଦିକା ଅନ୍ନପୂର୍ଣ୍ଣା ପାଣି, ସ୍ଥିତପ୍ରଜ୍ଞା ଜେନା,ଶ୍ରୀ ଜଗନ୍ନାଥ ମନ୍ଦିରର ବରିଷ୍ଟ ସେବାୟତ ଦୋଳ ଗୋବିନ୍ଦ ପଣ୍ଡା, ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଛି।
ଟ୍ରଷ୍ଟ ପକ୍ଷରୁ ସମସ୍ତ କର୍ମକର୍ତ୍ତା ଶୀତବସ୍ତ୍ର ନିମନ୍ତେ ସହଯୋଗ କରିଥିବା ସମସ୍ତ ବନ୍ଧୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଯେଉଁମାନେ କମ୍ବଳ ଦେବା ପାଇଁ ଇଚ୍ଛା କରିବେ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ସହ ଯୋଗାଯୋଗ କରିପାରିବେ।
