କୋଣାର୍କ ରେ ଜାତୀୟ ହସ୍ତଶିଳ୍ପ ସପ୍ତାହ ଉଦଘାଟିତ

କୋଣାର୍କ : ହସ୍ତଶିଳ୍ପ ଆମ ଅସ୍ମିତା ଓ ଗୌରବ ର ପ୍ରତିଫଳନ। ଆମ ଶିଳ୍ପୀ ମାନଙ୍କର ସ୍ପର୍ଦ୍ଧିତ କଳାର ପ୍ରଦର୍ଶନ ଓ ପରିପ୍ରକାଶ ଏହାକୁ ଅଧିକ ଋଦ୍ଧିମନ୍ତ ଓ ପ୍ରେରଣାଦାୟୀ କରାଉଛି ବୋଲି କହିଛନ୍ତି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ସୋମବାର ସଂଧ୍ୟାରେ କୋଣାର୍କ ଅର୍ବାନ ହାଟଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହସ୍ତଶିଳ୍ପ ସପ୍ତାହକୁ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଉଦଘାଟନ କରିବା ସହ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଶିଳ୍ପୀମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନର ଏକ ସୁନ୍ଦର ପ୍ଲାଟଫର୍ମ ପ୍ରଦାନ କରାଯାଇ ପାରୁଛି। ୧୯୫୦ ମସିହା ରୁ ଏହା ପାଳିତ ହୋଇ ଆସୁଛି।ପ୍ରଧାନମନ୍ତ୍ରୀ ଙ୍କ ଆତ୍ମନିର୍ଭର ଭାରତ ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ଆମେ ତାହାର ଅନୁପାଳନ କରୁଛନ୍ତି। ରାଜ୍ୟରେ ୩୦ ଲକ୍ଷ ରୁ ଉର୍ଦ୍ଧ୍ୱ ଶିଳ୍ପୀ ରହିଥିବା ବେଳେ ୭୦ ଭାଗ ମହିଳା ଅଟନ୍ତି। ଏଠାରେ ଶିଳ୍ପୀ ମାନଙ୍କ ଲାଇଭ ଡେମୋନେଷ୍ଟ୍ରସନ ହେବ। ଏହାକୁ ସମସ୍ତେ ଦେଖି ପାରିବେ। ଏଠାରେ ୬୭ଟି ଷ୍ଟଲ କରାଯାଇଛି। ଚଳିତ ଭୁବନେଶ୍ୱର ତୋଷାଳୀ ମେଳା ବଡ ଆକାର ର ପ୍ରାୟ ୭୦୦ ଷ୍ଟଲ ହେବ ଓ କେବଳ ସ୍ୱଦେଶୀ ଆଧାରିତ ହେବ।ଏ ପରିକି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଓଡ଼ିଆ ସଂସ୍କୃତି ଆଧାରିତ ହେବ ବୋଲି ମନ୍ତ୍ରୀ କହିଥିଲେ। ଆମ ଶିଳ୍ପୀ ମାନେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ଭାବଧାରାକୁ ଅଧିକ ପରିପୃଷ୍ଟ କରିବେ। ଏହା ଆମ ସଂସ୍କୃତି, ପରମ୍ପରା ଓ ଅର୍ଥନୀତି ର ତ୍ରିବେଣୀ ସଙ୍ଗମ ହେବ ବୋଲି ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଥିଲେ।
ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସମସ୍ତଙ୍କୁ ସ୍ୱାଗତ କରିବା ସହ ଆମ ହସ୍ତଶିଳ୍ପୀ ଙ୍କ ଦକ୍ଷତା ଅନନ୍ୟ। ହସ୍ତଶିଳ୍ପୀ ମାନଙ୍କ କଳାର ପ୍ରଦର୍ଶନ ପାଇଁ ଏକାମ୍ର ହାଟ,ନିଳାଚଳ ହାଟ ଓ କୋଣାର୍କ ଅର୍ବାନ ହାଟର ବ୍ୟବସ୍ଥା ହେଉଛି।୬୯ ପ୍ରକାର କଳା ଆମ ରାଜ୍ୟ ରେ ଅଛି ଓ ଏହାର ପ୍ରସାର ଆମ ସମସ୍ତଙ୍କ ଦାୟିତ୍ୱ।ବଜାର ସୃଷ୍ଟି ଓ ଉତ୍ପାଦକକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଆମର ମୁଖ୍ୟ କାର୍ଯ୍ୟ। ଏହାକୁ ଦୀର୍ଘସ୍ଥାୟୀ ଭିତ୍ତିରେ କରିବା ଆବଶ୍ୟକତା ରହିଛି ଯାହାକୁ ବିଭାଗ ପରିବ୍ୟାପ୍ତ କରୁଛି।ଶିଳ୍ପୀ ମାନଙ୍କ ସମସ୍ୟା କୁ ଦୂର କରି ସେମାନ ଙ୍କୁ ଅଧିକ ସହଯୋଗ କରିବା କୁ ବିଭାଗ ଉଦ୍ୟମ କରୁଛି। ଏହି ହସ୍ତଶିଳ୍ପ ସପ୍ତାହ ସେମାନଙ୍କୁ ସଶକ୍ତ ଓ ଅଧିକ କ୍ରିୟାଶୀଳ କରିବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା,ସିଡାକର ସଦସ୍ୟ ସଚିବ ସୁବ୍ରତ କୁମାର ବେହେରା, ଉତ୍କଳିକାର ଏମ ଡି ମମତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ହସ୍ତଶିଳ୍ପ ନିର୍ଦ୍ଦେଶକ ଡଃ ନିବେଦିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହସ୍ତଶିଳ୍ପୀ ମାନେ ସେମାନଙ୍କ ସମୃଦ୍ଧକଳାକୁ ଏଠାରେ ପ୍ରଦର୍ଶନ ଓ ବିକ୍ରୟର ବ୍ୟବସ୍ଥା କରାଯାଇଛି। ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ବିଷ୍ଣୁ ପଦ ମାରାଣ୍ଡି ସୂଚନା ଦେଇଛନ୍ତି। ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଚାଳନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share the News .....

Leave a Reply

Your email address will not be published. Required fields are marked *