କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୧୧୦ ଫୁଟ ଉଚ୍ଚତା ବିଶିଷ୍ଟ ହାଇମାଷ୍ଟ ଜାତୀୟ ପତାକା ଓ ପଣ୍ଡିତ ହରିହର ଦାଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ପୁରୀଠାରେ ୧୧୦ ଫୁଟ ଉଚ୍ଚତା ବିଶିଷ୍ଟ ହାଇମାଷ୍ଟ ଜାତୀୟ ପତାକା ଓ ପଣ୍ଡିତ ହରିହର ଦାଶଙ୍କ ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ି ଓ କୁଳସଚିବ ପ୍ରଫେସର ଆର୍.ଜି.ମୁରଲୀକ୍ରିଷ୍ଣାଙ୍କ କରକମଳରେ ଉନ୍ମୋଚିତ ହେବାସହ ପରିସରର ଜୟଦେବ ସଭାଗାରଠାରେ ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ଉଦ୍ଘାଟକ ଓ ଅଧ୍ୟକ୍ଷ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡ଼ି ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥିଭାବେ ଶାନ୍ତିନିକେତନ,ପଶ୍ଚିମବଙ୍ଗ, ସଂସ୍କୃତ ବିଭାଗର ପ୍ରାକ୍ତନ ବିଭାଗମୁଖ୍ୟ ପ୍ରଫେସର ଅରୁଣ କୁମାର ମିଶ୍ର ଓ ବିଶିଷ୍ଟ ଅତିଥିଭାବେ ବିଶ୍ୱବିଦ୍ୟାଳୟର କୁଳସଚିବ, ପ୍ରଫେସର ଆର୍.ଜି. ମୁରଲୀକ୍ରିଷ୍ଣା ଯୋଗ ଦେଇଥିଲେ ଓ ଏଥିରେ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଭାରତୀୟ ଜ୍ଞାନ ପରମ୍ପରା ସନ୍ଧାନ କେନ୍ଦ୍ର ଶ୍ରୀ ସଦାଶିବ ପରିସର, ପୁରୀର ପର୍ଯ୍ୟବେକ୍ଷକ ଡକ୍ଟର ଜିତେନ୍ଦ୍ର କୁମାର ରାୟଗୁରୁ ପ୍ରସ୍ତାବିକ ଅଭିଭାଷଣ ପ୍ରଦାନ କରିଥିଲେ,ଏଥିରେ ପ୍ରରମ୍ଭିକ ବେଦପାଠ ଡକ୍ଟର ବେଣୁଧର ଦାଶ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ମହେଶ କୁମାର ପାଣିଗ୍ରାହୀ ଓ ମଞ୍ଚ ସଞ୍ଚାଳକ ଥିଲେ ଡକ୍ଟର ଶିକ୍ଷାଶାସ୍ତ୍ର ବିଦ୍ୟଶାଖାର ସହକାରୀ ପ୍ରଫେସର ଡକ୍ଟର ସୁଶାନ୍ତ କୁମାର ରାୟ ।

ଏହି ଅବସରରେ ଭାରତୀୟ ଜ୍ଞାନାତ୍ମକ ବିଜ୍ଞାନ ଏବଂ ଭାଷଣ ପରମ୍ପରା ଶୀର୍ଷକ ଏକଦିବସୀୟ ଜାତୀୟ ସମ୍ପାନ୍ନ ଆୟୋଜିତ ହୋଇଥିଲା । ତିନୋଟି ବୈଷୟିକ ଅଧିବେଶନରେ ପ୍ରଫେସର ଅନୁପମା ପୃଷ୍ଟି, ପ୍ରଫେସର ବିଜୟପାଲ କଚ୍ଛଓ୍ୱା,ପ୍ରଫେସର ଗୌରପ୍ରିୟା ଦାଶ ଅଧ୍ୟକ୍ଷତା କରିଥିବାବେଳେ, ଆଲୋଚକଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନ୍ୟାୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜି. ଜୟମାଣିକ୍ୟ ଶାସ୍ତ୍ରୀ, ଆଇ.ଆଇ.ଟି ଭୁବନେଶ୍ୱରର ସହକାରୀ ପ୍ରଫେସର ଡକ୍ଟର ଅପର୍ଣ୍ଣା ପାଣ୍ଡେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଶିକ୍ଷାଶାସ୍ତ୍ର ବିଦ୍ୟାଶାଖାର ବିଭାଗମୁଖ୍ୟ ଡକ୍ଟର ଭରତ କୁମାର ପଣ୍ଡା, ଶିକ୍ଷାଶାସ୍ତ୍ରୀ ବିଦ୍ୟାଶାଖା, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଲକ୍ଷ୍ମୀଧର ପଣ୍ଡା, ଶିକ୍ଷାଶାସ୍ତ୍ରୀ ବିଦ୍ୟାଶାଖା, ଶ୍ରୀ ସଦାଶିବ ପରିସରର ପ୍ରଫେସର ବି.ଏସ୍.ବି. ଭାସ୍କରରେଡ଼ି ପ୍ରମୁଖ ଯୋଗଦାନ କରି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପରେପରେ ଉଦ୍ଯାପନ ସତ୍ତ୍ରରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟ, ବିହାରର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଓ, ବିଶିଷ୍ଟ ଅତିଥିଭାବେ ଶ୍ରୀ ସଦାଶିବ ପରିସରର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଖଗେଶ୍ୱର ମିଶ୍ର ଯୋଗଦେଇଥିଲେ ଓ ଅଧ୍ୟକ୍ଷତା କରିଥିଲେ ଶ୍ରୀ ସଦାଶିବ ପରିସର, ଧର୍ମଶାସ୍ତ୍ର ବିଭାଗର ବିଭାଗ ମୁଖ୍ୟ ପ୍ରଫେସର ଲଳିତ କୁମାର ସାହୁ । ବୈଷୟିକ ସତ୍ତ୍ରମାନଙ୍କରେ ସ୍ୱାଗତ ଭାଷଣଯଥାକ୍ରମେ ଡକ୍ଟର ସନ୍ଦିପ ଚାଟ୍ଟାର୍ଜ୍ଜୀ, , ୟତିରାଜ ବରାଳ, ପ୍ରମୁଖ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଡକ୍ଟର ପଙ୍କଜ ରାଉଳ ଓ ଡକ୍ଟର ବିଭୁଦତ୍ତ ମିଶ୍ର ଓ ଉତ୍ସବର ସଂଚାଳକ ଥିଲେ ଡକ୍ଟର ସୁଶାନ୍ତ କୁମାର ହୋତା ଓ ଡକ୍ଟର ଜ୍ୟୋତି ପ୍ରକାଶ ନନ୍ଦ ।
