ବାଉଁଶ ଚିତ୍ରକଳା ଶିବିର

ପୁରୀ : ବାଉଁଶ ଦ୍ଵାରା ନିର୍ମିତ କାରୁକଳା କର୍ମଶାଳା ଓ ପ୍ରଦର୍ଶନୀ ଓଡ଼ିଶା ଚାରୁ ଓ କାରୂକଳା ମହାବିଦ୍ୟାଳୟ ନୂଆ ପାଟଣା ,ଗୋରୁଆଳ ଠାରେ ଏକଦିବସୀୟ ବାଉଁଶ କଳା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଭିନ୍ନଭିନ୍ନ ରକମର ବାଉଁଶରେ ନିର୍ମିତ କଳା ପ୍ରଦର୍ଶିତ ହୋଇଥିଲା ।ଏଥିରେ ବାଉଁଶ ନିର୍ମିତ ବ୍ୟାଗ୍, ବଟଲ,ପାଣି ଝରି, ଗ୍ଲାସ୍ , ଫୁଲଦାନି, ଚାଙ୍ଗୁଡ଼ି,ଶଗଡ଼ ଗାଡ଼ି,ଧନୁଶର,ବୋଇତ,ବନ୍ଧୁକ, ଲାଇଟ୍ ଷ୍ଟାଣ୍ଡ,ମୋବାଇଲ ଷ୍ଟାଣ୍ଡ,ବତୀଘର,ଘର, ରିକ୍ସା,ଗାର୍ଡେନ ଲାଇଟ୍,ବାସ୍କେଟ, ଝୁମର,ବାଦ୍ୟଯନ୍ତ୍ର, ବୀଣା,କେଂଦେରା,ବଇଁଶୀ, ଭ୍ୟାନିଟି,ଅଳିଆ କଢ଼।,ଜାହାଜ, ପେନ୍ ଷ୍ଟାଣ୍ଡ,ଲକ୍ଷ୍ମୀ ମୂର୍ତ୍ତି ଭଳି ଅନେକ 50 ଗୋଟି ଭିନ୍ନ ଭିନ୍ନ ବାଉଁଶ ରେ ନିର୍ମିତ ସାମଗ୍ରୀ ଏଥିରେ ସ୍ଥାନ ପାଇଛି ।ଏ ହା ଦିବା 10ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ 4 ଘଟିକାରେ ଉଦଯାପିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,ସଦାଶିବ ପରିସର ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ସମ୍ମାନିତ ଅତିଥିରୁପେ ଡକ୍ଟର ବିଶ୍ଵନାଥ ମିଶ୍ର, ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର କାଯ୍ୟକାରି ସଭାପତି ଚକ୍ରଧର ମହାପାତ୍ର, ଅଧ୍ୟାପକ ଉଦ୍ଧବ ନାୟକ ଓ ଅନନ୍ତ ପ୍ରଧାନ, ଅଧ୍ୟାପିକା ତୃପ୍ତିରେଖା ମିଶ୍ର , ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଦୁର୍ଗାମାଧବ କର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ 50ଜଣ ଚିତ୍ରଶିଳ୍ପୀଙ୍କୁ ଅତିଥି ଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଫେସର୍. ମହାପାତ୍ର ମହାବିଦ୍ୟାଳୟ ରେ ଅନୁଷ୍ଠିତ ବାଉଁଶ ନିର୍ମିତ କଳା କୁ ଭୂରି ଭୂରି ପ୍ରଶଂସା କରିଥିଲେ। ପ୍ଲାଷ୍ଟିକ ପରିବର୍ତ୍ତେ ଏହିଭଳି ସାମଗ୍ରୀ କୁ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ପରିଶେଷରେ କାଯ୍ୟ କାରି ସଭାପତି ଚକ୍ରଧର ମହାପାତ୍ରଙ୍କ ଦ୍ୱାରା ଧନ୍ୟବାଦ୍ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା ।

Share the News .....

Leave a Reply

Your email address will not be published. Required fields are marked *