ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ୭ତାରିଖରେ ଶୋଭାଯାତ୍ରା ଓ ପ୍ରତିବାଦ ସଭା ।

ଆସନ୍ତା ୭ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମାର୍କେଟ ଛକ ନିକଟରେ ଏକ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଏହି ଶୋଭାଯାତ୍ରାରେ ପୁରୀର ସମସ୍ତ ଯାଗା ଆଖଡାର କର୍ମ କର୍ତ୍ତା , ଅଧିବକ୍ତା, ସେବାୟତ, ପୁରୀର ସମସ୍ତ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ମାନେ ଏକତ୍ରିତ ହୋଇ ସାମିଲ ହେବେ। ଏଥିପାଇଁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରାଯାଇଛି, ଏହା ସହିତ ପୁରୀର ସାଂସଦ ଓ ବିଧାୟକଙ୍କ ସମେତ ସମସ୍ତ ବର୍ତ୍ତମାନ ଓ ପୂର୍ବତନ ଲୋକ ପ୍ରତିନିଧି ମାନଙ୍କୁ ଆସନ୍ତା ପ୍ରତିବାଦ ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ସ୍ଥିର କରାଯାଇଅଛି । ଏହା ସହ ଆସନ୍ତା ୩୦ ତାରିଖ ଦିନ ସମସ୍ତ ଯାଗା ଆଖଡାର କର୍ମକର୍ତ୍ତା ଓ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର କରା ହୋଇଛି। ଛତିଶା ନିଯୋଗର ସମସ୍ତ ସଭାପତି ଓ ସମ୍ପାଦକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ର ସମସ୍ତ ସଦସ୍ୟ ମାନଙ୍କୁ ଆସନ୍ତା ୭ ତାରିଖ ଦିନ ପ୍ରତିବାଦ ସଭାକୁ ନିମନ୍ତ୍ରଣ କରାଯିବ ବୋଲି ସ୍ଥିର କରାଯାଇଛି। ଏହି ପ୍ରତିବାଦ ସଭାକୁ ସଫଳ କରିବା ପାଇଁ ବିଭିନ୍ନ କମିଟିମାନ ଗଠନ କରାଯାଇଛି । ଯେଉଁମାନେ କି ଆଗାମୀ ଦିନରେ ଏହି ଶୋଭାଯାତ୍ରାକୁ ଓ ପ୍ରତିବାଦ ସଭାକୁ ସଫଳ କରିବା ପାଇଁ ଅହରହ ଉଦ୍ୟମ କରିବେ। ପୁରୀ ଲୋକଙ୍କ ଅବଗତି ନିମନ୍ତେ ପୁରୀ ସହରରେ ଅଟୋ ବୁଲାଇ ପ୍ରଚାର ପ୍ରସାର କରାଯିବ ଓ ବିଭିନ୍ନ ଖବର କାଗଜରେ ପ୍ରଚାରପତ୍ର ପଠାଯାଇ ୭ ତାରିଖ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ନିବେଦନ କରାଯିବ। ପୁରୀ ବାସୀଙ୍କର ଶ୍ରୀମନ୍ଦିର ସ୍ଵତନ୍ତ୍ର ଦର୍ଶନ ଅଭିଯାନ ସଫଳ କିପରି ହୋଇପାରିବ ସେଥିପାଇଁ ମଞ୍ଚ ତରଫରୁ ଆସନ୍ତା ଡିସେମ୍ବର ୭ ତାରିଖ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଅପରାହ୍ଣ ୪ ଘଟିକା ରେ ଏକତ୍ରିତ ହେବା ପାଇଁ ପୁରୀ ବାସୀଙ୍କୁ ମଞ୍ଚ ତରଫରୁ ନିବେଦନ କରାଯାଉଅଛି।

Share the News .....

Leave a Reply

Your email address will not be published. Required fields are marked *