ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଆନିମେସନ୍

ପୁରୀ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀସ୍ଥିତ ତାଙ୍କ ଷ୍ଟୁଡିଓରେ ଏକ ସ୍ୟାଣ୍ଡ ଆନିମେସନ୍ ସୃଷ୍ଟି କରି ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କିତ ସଚେତନତା ପ୍ରସାର କରିଛନ୍ତି।“ସମସ୍ତେ ମିଶି ସ୍ୱାସ୍ଥ୍ୟ ପାଇଁ: ବିଜ୍ଞାନ ସହିତ ରୁହନ୍ତୁ” ବାଣୀକୁ ଆଧାର କରି ତିଆରି ଏହି ସ୍ୟାଣ୍ଡ ଆନିମେସନ୍ରେ ବିଜ୍ଞାନମୂଳକ ସଚେତନତା, ସ୍ୱାସ୍ଥ୍ୟ ସେବାର ସୁବିଧା ଓ ସ|ମୁହିକ ଦାୟିତ୍ୱର ଗୁରୁତ୍ୱକୁ ଉଦବୋଧନ କରାଯାଇଛି।ମାତ୍ର ୧୫ ମିନିଟ୍ରେ ସମ୍ପୂର୍ଣ୍ଣ ହୋଇଥିବା ଏହି ଆକର୍ଷଣୀୟ ସ୍ୟାଣ୍ଡ ଆନିମେସନ୍ରେ ପରିଷ୍କାରତା, ପ୍ରତିରୋଧମୂଳକ ସେବା ଓ ମାନବ ଜୀବନର ସୁରକ୍ଷାରେ ବିଜ୍ଞାନର ଭୂମିକାକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ନିଜର ବିଶିଷ୍ଟ କଳା ମାଧ୍ୟମରେ ମନସ ସାହୁ ଲୋକମାନଙ୍କୁ ବିଜ୍ଞାନରେ ଆସ୍ଥା ରଖି ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ କରିଛନ୍ତି।୨୦ରୁ ଅଧିକ ଦେଶରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ମନସ ସାହୁ ସଦା ନିଜ କଳାକୁ ସାମାଜିକ ସନ୍ଦେଶ ପ୍ରଚାରରେ ବ୍ୟବହାର କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ତାଙ୍କ ଏହି ସୃଜନ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।ଏହି ପ୍ରୟାସ ତାଙ୍କର ସୃଜନଶୀଳତାକୁ ସାମାଜିକ ସଚେତନତା ସହିତ ମିଶାଇବାର ପ୍ରତିବଦ୍ଧତାକୁ ପ୍ରକାଶ କରେ, ଯାହା କଳାକୁ ଅଧିକ ପ୍ରଭାବଶାଳୀ ଓ ସାମାଜିକ ଭାବେ ଅର୍ଥପୂର୍ଣ୍ଣ କରେ।
