ଶ୍ରୀକ୍ଷେତ୍ର ଟ୍ୟାଲେଣ୍ଟେ ଫେଷ୍ଟ’2025 ଅନୁଷ୍ଠିତ

ପୁରୀ : ପୁରୀ ଶ୍ରୀ ସଦାଶିବ ପରିସରରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସହଭାଗିତାରେ ବିନାୟକ ଆର୍ଟ ଆଣ୍ଡ ଡାନ୍ସ ଏକାଡେମୀ ତାର ଦ୍ଵିତୀୟ ବାର୍ଷିକ “ଶ୍ରୀକ୍ଷେତ୍ର ଟ୍ୟାଲେଣ୍ଟେ ଫେଷ୍ଟ “2025 ଅନୁଷ୍ଠିତ ହୋଇଯାଇଛି l ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନାନୀ ସାହିତ୍ୟ ସଂସଦ, ଦାରିଙ୍ଗିବାଡି, କନ୍ଧମାଳ ର ସାମ୍ମନନୀୟ ସଭାପତି ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵlଳନ କରି ଶୁଭ ଉଦଘାଟନ କରିଥିଲେ l ପ୍ରଥମ ପର୍ଯ୍ୟାୟ ଚିତ୍ରକଳା, ଝୋଟି, ରଙ୍ଗୋଲି ପରେ ପରେ ଆଧୁନିକ ନୃତ୍ୟ, କୌତୁକ ପୋଷାକ, ଆଧୁନିକ ନୃତ୍ୟ ଉଭୟ ଶିଶୁ ଓ କିଶୋର ମାନଙ୍କ ପାଇଁ ପ୍ରତିଯୋଗିତା ହୋଇ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପତିତପାବନ ରାଉତ, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ରବିନ୍ଦ୍ରନାଥ ବାହିନୀପତି, ପର୍ଶୁରାମ ପାତ୍ର, ସୁକାନ୍ତ କୁମାର ପଣ୍ଡା, ଶ୍ରୀମତୀ ପ୍ରତିଭା ଦାଶ, ଶ୍ରୀମତୀ ସ୍ଵର୍ଣ୍ଣଲତା ତ୍ରିପାଠୀ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟ ଆଧୁନିକ ନୃତ୍ୟ, ଲୋକଗୀତ, ଭଜନର ନୃତ୍ୟାଭିନୟରେ ଆମର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀଯୁକ୍ତ ପତିତପାବନ ରାଉତ, ସମ୍ମାନିତ ଅତିଥିଭାବେ ସର୍ବଶ୍ରୀ ସଞ୍ଜୟ କୁମାର ବରାଳ, ଶରତ କୁମାର ମିଶ୍ର, ଦେଵୀଦତ୍ତ ମିଶ୍ର, ଡ଼କ୍ଟର ସସ୍ମିତା ମିଶ୍ର, ଶ୍ରୀମତୀ ଅର୍ଚ୍ଚନା ରାଉତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ପିଲାମାନଙ୍କ ପାଇଁ ବହୁ ଉତ୍ସାହ ମୂଳକ ଗଳ୍ପର ଉପସ୍ଥାପନା କରି ଉତ୍ସାହିତ କରିଥିଲେ l

ଏହାପରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ସମାପନ ଉତ୍ସବରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସନ୍ଧ୍ୟାଦୀପ ପ୍ରଜ୍ୱାଳନ କରିଥିଲେ ପ୍ରଫେସର ଡ଼କ୍ଟର ପ୍ରଭାତ କୁମାର ମହାପାତ୍ର l ପରେ ପରେ ଶାସ୍ତ୍ରୀୟ ନୃତ୍ୟ, ଭଜନର ନୃତ୍ୟାଭିନୟ ଅନୁଷ୍ଠିତ ହୋଇଥିଲା, କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମ୍ମାନନୀୟ ନିର୍ଦ୍ଦେଶକ ପ୍ରଫେସର ଡ଼କ୍ଟର ପ୍ରଭାତ କୁମାର ମହାପାତ୍ର, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଧୁସୂଦନ ସିଂହାରୀ, ଶ୍ରୀଯୁକ୍ତ ଉମାକାନ୍ତ ନାୟକ, ଶ୍ରୀଯୁକ୍ତ ଦିଗଦର୍ଶନ ପଟ୍ଟନାୟକ, ଡ଼କ୍ଟର ପ୍ରଭାକର ତ୍ରିପାଠୀ, ଡ଼କ୍ଟର ବିଶ୍ୱନାଥ ମିଶ୍ର, ଶ୍ରୀମତୀ ବୈଦେହୀ ପ୍ରିୟା ଚାନ୍ଦ l ପରିଶେଷରେ ସମ୍ମାନନୀୟ ବିଚାରକ ଓ ଗୁରୁ ଶ୍ରୀମତୀ ବିଜୟଲଷ୍ମୀ ଦାଶ, ସୁଶ୍ରୀ ସବିତା ପଣ୍ଡା, ଶ୍ରୀଯୁକ୍ତ ବିନାୟକ ଦାସ, ମୃତ୍ୟୁଞ୍ଜୟ ବାରିକ, ଦେବାଶିଷ ସିଂ, ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଶ୍ରୀଯୁକ୍ତ ବାଳକୃଷ୍ଣ ଜେନା, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ଶ୍ରୀମତୀ ମୋହିନୀ ସାହୁ, ଶ୍ରମତୀ ଉଷାରାଣୀ ପାଇକରାୟ, ଶ୍ରୀଯୁକ୍ତ କମଳ କୁମାର ଦାଶଙ୍କୁ ସଂଯୋଜନା ପାଇଁ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ, ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା ସିହ୍ନା ଉପଢୌକନ, ଉତ୍ତରୀୟ, ସ୍ମୃତି ଫଳକ ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଶ୍ରୀଯୁକ୍ତ କମଳ କୁମାର ଦାଶ ଓ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର, ପରିଶେଷରେ ବିନାୟକ ଆର୍ଟ ଆଣ୍ଡ ଡାନ୍ସ ଏକାଡେମୀର ସମ୍ପାଦକ, ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
