ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ପାଳିତ

ପୁରୀ : ପୁରୀ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଦିବସ ଶନିବାର ପୂର୍ବାହ୍ନରେ ଜିଲ୍ଲାସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା। ପୁରୀର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଯୋଗ ଦେଇ ସମସ୍ତ ପିଲା ପଢନ୍ତୁ ଓ ସମସ୍ତ ପିଲାଙ୍କ ର ସାମଗ୍ରିକ ବିକାଶ ଘଟିଲେ ସମାଜ ସୁନ୍ଦର ଓ ଶୃଙ୍ଖଳିତ ହେବ ବୋଲି କହିଥିଲେ। ସରକାର ଏଥିପାଇଁ ପିଲା ଓ ଅଭିଭାବକ ଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ରେ ପ୍ରବେଶ ଉତ୍ସବ ସହ ଖଡି ଛୁଆଁ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୧୯ ହଜାରରୁ ଉର୍ଦ୍ଧ୍ୱ ପିଲା ମାନଙ୍କର ନାମଲେଖାର ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେବା ସହ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରିବା ସହ ଶିକ୍ଷା ପ୍ରତି ପିଲା ମାନଙ୍କୁ ଆକୃଷ୍ଟ କରିବା ଓ ଡ୍ରପ ଆଉଟ ସଂଖ୍ୟା ଶୂନ କରିବା ଲକ୍ଷ୍ୟ ରେ ସଚେତନତା ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ବ୍ୟବସ୍ଥା ଏକ ସୁନ୍ଦର ପଦକ୍ଷେପ। ଏହା ଦ୍ଵାରା ପିଲା ଓ ଅଭିଭାବକ ମାନେ
ଏକ ସୁଖଦ ଅନୁଭୂତି ପାଇବା ସହ ପାଠ ପ୍ରତି ଆଗ୍ରହୀ ହେବେ ବୋଲି କହିଥିଲେ। ପୁରୀଜିଲ୍ଲା ଶିକ୍ଷାଅଧିକାରୀ ଦୀପକ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ଡିଆଇଟିଇର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱିତୀକାନ୍ତ ପ୍ରଧାନ, ଗୋବିନ୍ଦ ହେମ୍ରମ, ଆଲୁମିନ ସମ୍ପାଦକ ରାଜ କିଶୋର ପାତ୍ର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଥିଲେ। ପ୍ରାରମ୍ଭରେ ବନ୍ଦେ ମାତରମ ସଂଗୀତ ପରିବେଷଣ ସହ ନୂତନ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଦାନ ପାଇଁ ପୂଜାର୍ଚ୍ଚନା କରାଯାଇ ପାଠ୍ୟ ଉପକରଣ ପ୍ରଦାନ କରା ଯାଇଥିଲା। ବିବିଧ ଶିକ୍ଷାପ୍ରଣାଳୀ ଓ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ ଲକ୍ଷ୍ୟରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଶିକ୍ଷକ,ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଏହି ଉତ୍ସବ ରେ ଉପସ୍ଥିତ ଥିଲେ।

Share the News .....

Leave a Reply

Your email address will not be published. Required fields are marked *