ପବିତ୍ର କାର୍ତ୍ତିକ ମାସରେ ପୁରୀ ପୋଲିସଙ୍କ ନିଷ୍ଠା ଓ ସେବାର ପ୍ରଶଂସା ଭକ୍ତଙ୍କ ଫିଡ଼ବ୍ୟାକରେ ଜଣାଇଲେ ।

ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ଦିନ ସୁଦ୍ଧା ପୁରୀ ପୋଲିସ ତାଙ୍କର ସେବା ଓ ବ୍ୟବସ୍ଥାପନା ନେଇ ୯୪ ଜଣ ଭକ୍ତଙ୍କ ଠାରୁ ଫିଡ଼ବ୍ୟାକ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଭକ୍ତ ସ୍ୱତସ୍ଫୂର୍ତ୍ତ ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ପୁରୀ ପୋଲିସଙ୍କ ଦ୍ୱାରା ଦିଆଯାଉଥିବା ସୁଚିନ୍ତିତ ଏବଂ ଶୃଙ୍ଖଳିତ ବ୍ୟବସ୍ଥା ପ୍ରତି ଗଭୀର ସନ୍ତୋଷ ବ୍ୟକ୍ତ କରିଛନ୍ତି।ସେଥିସହ ମୋଟ ୨୪ ଜଣ ଭକ୍ତ ନିଜର ମତାମତ ଦେଇଥିବା ସମୟରେ କିଛି ପ୍ରସ୍ତାବ ରଖିଛନ୍ତି — ସେମାନଙ୍କ ମଧ୍ୟରୁ ୧୨ ଜଣ ଭକ୍ତ ମନ୍ଦିର ପରିସରର କିଛି ସ୍ଥାନରେ ପାଣି ରଖିବା ପାଇଁ ଅନୁରୋଧ କରିଥିଲେ ଓ ଅନ୍ୟ ୧୨ ଜଣ ଭକ୍ତ QR କୋଡ୍ ସ୍କାନ ମାଧ୍ୟମରେ ନିଜ ଫିଡ଼ବ୍ୟାକ ଦେଇଥିଲେ। ପୁରୀ ପୋଲିସଙ୍କ ଦ୍ୱାରା ଉତ୍ତର ଦ୍ୱାରରେ ବିଶେଷ “Feedback Centre” ସ୍ଥାପିତ ହୋଇଥିବା ସହିତ ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ QR ସ୍କାନ ବ୍ୟବସ୍ଥା ମାଧ୍ୟମରେ ଭକ୍ତମାନେ ନିଜ ମତାମତ ଦେଇପାରୁଛନ୍ତି। କର୍ଣ୍ଣାଟକ ରୁ ପ୍ରାୟ ୭୦ ଜଣ ଭକ୍ତ ପୁରୀ ଆସି ଶ୍ରୀଜଗନ୍ନାଥ ଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭକ୍ତ ନିଜ ଫିଡ଼ବ୍ୟାକ ରେ ଲେଖିଥିଲେ — “ପୁରୀ ପୋଲିସଙ୍କ ଦ୍ୱାରା ଦିଆଯାଇଥିବା ବ୍ୟବସ୍ଥା ସୁନ୍ଦର ଏବଂ ଶୃଙ୍ଖଳିତ। ଆମେ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କୁ ଧନ୍ୟବାଦ ଜଣାଉଛୁ।”ସେହିପରି, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ସୃଷ୍ଟି ମିଶ୍ର ନାମକ ଭକ୍ତ ନିଜ ଅଭିଜ୍ଞତା ଅନୁଭବ କହିଥିଲେ — “ମନ୍ଦିର ଭିତରେ ଏକ ଛୋଟ ପିଲା ଅସୁସ୍ଥ ଲାଗିଲା ବେଳେ, ତୁରନ୍ତ ପୋଲିସ ତାକୁ ସେଠାରୁ ବାହାର କରି ଶାନ୍ତିପୂର୍ଣ୍ଣ ଭାବରେ ଦର୍ଶନ କରାଇ ଛାଡିଦେଲେ। ଏହି ମାନବିକ ସେବା ଦେଖି ଆମେ ଓଡ଼ିଶା ପୋଲିସଙ୍କ ପ୍ରଶଂସା କରୁଛୁ।”ଏହି ଫିଡ଼ବ୍ୟାକ ମଧ୍ୟରେ ଜଣେ ଦିଲ୍ଲୀର ଭକ୍ତ ଲେଖିଛନ୍ତି — “ଏତେ ଭିଡ଼ ହୋଇଥିଲେ ମଧ୍ୟ ପୁରୀ ପୋଲିସ ସଂଯମ ଓ ସେବାଭାବ ରଖି ଭକ୍ତମାନଙ୍କୁ ସହଯୋଗ କରୁଛନ୍ତି। ଏପରି ସମର୍ପିତ ପୋଲିସ କୁ ଆମ ସାଧୁବାଦ।”

ପୁରୀର ଏସ ପି ପ୍ରତୀକ ସିଂ ଫିଡ଼ ବ୍ୟାକ ସେଣ୍ଟର କୁ ଆସି ସେଠାରେ ଭକ୍ତ ଙ୍କ ସହ ମିଶି ଆଲୋଚନା କରି କହିଛନ୍ତି*ପ୍ରତ୍ୟେକ ଭକ୍ତଙ୍କ ଦର୍ଶନ ଆମ ପାଇଁ ଏକ ଦାୟିତ୍ୱ ଓ ସେବା ସୁଯୋଗ। ଭକ୍ତମାନେ ନିଜ ଅନୁଭୂତି ଓ ପ୍ରସ୍ତାବ ମାଧ୍ୟମରେ ଯାହା କହୁଛନ୍ତି, ଆମେ ସେଗୁଡିକୁ ଗୁରୁତ୍ୱ ଦେଇ ସମୟୋପଯୋଗୀ ଭାବେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରଖିଛୁ। ମନ୍ଦିର ପରିସରର ବିଭିନ୍ନ ସ୍ଥାନରେ QR ସ୍କାନ ବ୍ୟବସ୍ଥା ଓ ଉତ୍ତର ଦ୍ୱାରରେ ବିଶେଷ Feedback Centre ରହିଛି। ସେଠାରେ ଭକ୍ତମାନେ ନିଜ ମତାମତ ଦେଇପାରିବେ।ପୁରୀ ପୋଲିସ ପକ୍ଷରୁ ଏହି ପବିତ୍ର କାର୍ତ୍ତିକ ମାସ ଅବସରରେ ଭକ୍ତମାନଙ୍କ ପାଇଁ ଶୃଙ୍ଖଳିତ ଏବଂ ଭକ୍ତିମୟ ପରିବେଶ ସୃଷ୍ଟି ନିମନ୍ତେ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ, ନିରାପତ୍ତା ଓ ଯାତାୟାତ ସୁବିଧା ସମସ୍ତ ବିଭାଗ ଏକତାରେ କାମ କରୁଛି।ପୁରୀ ପୋଲିସ ଆଶା କରୁଛି ଯେ ଆଗାମୀ ଦିନରେ ଭକ୍ତମାନଙ୍କ ସହଯୋଗ ଓ ମତାମତ ଆଧାରରେ ସେବା ଓ ସୁବିଧା ଆହୁରି ସୁଦୃଢ଼ ହେବ।

Share the News .....

Leave a Reply

Your email address will not be published. Required fields are marked *